ମନୋରଞ୍ଜନ

ଏହି ବ୍ୟକ୍ତିଙ୍କୁ ନିଜ ସଫଳତାର ଶ୍ରେୟ ଦେଲେ ଆହାନ ପାଣ୍ଡେ

ନୂଆଦିଲ୍ଲୀ: ‘ସୈୟାରା’ ଝଡ଼ରେ ଫିକା ପଡ଼ିଥିଲେ ଅନେକ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଥିଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ାଇଥିଲେ ଆହାନ। ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସିଥିଲା।

ଏପର୍ଯ୍ୟନ୍ତ ଆହାନ ପାଣ୍ଡେଙ୍କ ଫିଲ୍ମ ‘ସୈୟାରା’ ବକ୍ସ ଅଫିସରେ ୫୦୦କୋଟି ଆୟ କରିଛି। ଏହି ସଫଳତାରେ ଆହାନ ପାଣ୍ଡେ ବହୁତ ଖୁସି ହୋଇ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେ ଲେଖିଛନ୍ତି, “କେବେ ଭାବି ନଥିଲି ଯେ ମୁଁ ଏତେ ଭଲପାଇବା ପାଇବି। ଜେଜେ ମା’ ସବୁବେଳେ ମୋତେ ରାଜ୍ ବୋଲି ଡାକୁଥିଲେ। ସେ ମୋତେ କ୍ରିଶ୍ ଚରିତ୍ରରେ ଦେଖିପାରିଥିଲେ କେତେ ଭଲ ହୋଇଥାନ୍ତା। ମୁଁ ସବୁବେଳେ ଭଗବାନଙ୍କୁ କହୁଥିଲି ଯେ, ଦୁନିଆ ପସନ୍ଦ ନକଲେ ମଧ୍ୟ, ମୁଁ ଜାଣିଥିଲି ତାରାମାନଙ୍କ ମଧ୍ୟରେ ଗୋଟାଏ ତାରା ମୋ ଜେଜେ ମା’ ମୋତେ ଦେଖି ଖୁସି ହେବେ। ଏହା କେବଳ ତୁମ ପାଇଁ ଜେଜେ ମା’।”

ଏହି ପୋଷ୍ଟରେ ସେ ଆଗକୁ ଆହୁରି ଅଧିକ ପରିଶ୍ରମ କରିବା ସହ ଆହୁରି ଅଧିକ ଭଲ କାମ କରି‌ବେ ବୋଲି ନିଜ ପ୍ରଶଂସକଙ୍କୁ କଥା ଦେଇଛନ୍ତି।

Leave a Reply

Your email address will not be published. Required fields are marked *