କ୍ରିଡା ମନୋରଞ୍ଜନ

ଅର୍ଜୁନଙ୍କ ସହିତ ନିର୍ବନ୍ଧ ଶେଷ ପରେ ତେନ୍ଦୁଲକରଙ୍କ ବୋହୂଙ୍କ ବିଷୟରେ ଗୁଗୁଲରେ ସର୍ଚ୍ଚ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ଶେଷ ହୋଇଛି। 
ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚନ୍ଦୋକଙ୍କ ସହିତ ଶେଷ ହୋଇଛି। ସାନିଆ ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ।

ସାନିଆଙ୍କ ଅର୍ଜୁନଙ୍କ ସହିତ ନିର୍ବନ୍ଧ  ଶେଷ ହେବାପରେ ସଚିନଙ୍କ ପ୍ରଶଂସକମାନେ ଗୁଗୁଲରେ ତାଙ୍କ ବୋହୂ ବିଷୟରେ ସର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ସାନିଆ କିଏ ଏବଂ ତାଙ୍କ ପରିବାର କ’ଣ କରନ୍ତି।

ସଚିନ ତେନ୍ଦୁଲକରଙ୍କ ବୋହୂ ସାନିଆ ଚାନ୍ଦୋକ ଜଣେ ପୋଷା ପ୍ରାଣୀ ପ୍ରେମୀ । ଏଥିସହିତ ସେ ଲନ୍ଦ ସ୍କୁଲ ଅଫ୍ ଇକୋନୋମିକ୍ସରୁ ବ୍ୟବସାୟ ପରିଚାଳନାରେ ଡିଗ୍ରୀ ହାସଲ କରିଛନ୍ତି। ପାଠପଢ଼ା ପରେ ସାନିଆ ପୋଷା ପ୍ରାଣୀ ଶିଳ୍ପ ଆଡକୁ ମୁହାଁଇଥିଲେ । ଏମିତି ତାଙ୍କର ଏକ ଲଗଜରି ପୋଷା ପ୍ରାଣୀ ସ୍ପା ସେଣ୍ଟର ଅଛି। 

ସାନିଆ ମୁମ୍ବାଇରେ  ମିଷ୍ଟର ପାଜ୍ ପେଟ୍ ସ୍ପା ଆଣ୍ଡ୍ ଷ୍ଟୋର୍ ଏଲଏଲପି ନାମରେ ଥିବା ଏକ ପୋଷା ପ୍ରାଣୀ ସାଲୁନ୍ ଏବଂ ସ୍ପା ସେଣ୍ଟରର ନିର୍ଦ୍ଦେଶକ ଅଛନ୍ତି। ଏହି କମ୍ପାନିର ବାର୍ଷିକ ଆୟ ପ୍ରାୟ ୯୦ ଲକ୍ଷ ଟଙ୍କା ପାଖାପାଖି ଥିବା ଜଣାପଡ଼ିଛି। ଏହା ଭାରତର ପ୍ରଥମ ସ୍ପା ସେଣ୍ଟର ଯାହା କୋରିଆନ୍ ଏବଂ ଜାପାନି ଥେରାପି ସହିତ ପୋଷା ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଏ। ଯାହାର ଚାହିଦା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Leave a Reply

Your email address will not be published. Required fields are marked *