ଓଡ଼ିଶା

ଜଙ୍ଗଲ ବିଭାଗ ତରଫରୁ ହିଁ ମୋରମ ଖୋଳା ଯାଇଥିଲା: ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରୁ ରାତିଅଧରେ ମୋରମ ଖୋଳାଯାଉଛି। ହାଇୱା, ଜେସିବି ମେସିନ୍ ଅଭୟାରଣ୍ୟ ଭିତରେ ପଶି ବେଧଡ଼କ ଲଘୁ ଖଣିଜ ସମ୍ପଦ ଲୁଟି ନେଉଛନ୍ତି। ଜେସିବି ସାହାଯ୍ୟରେ ମାଟି ତଡ଼ାଯାଇ ସଙ୍ଗେ ସଙ୍ଗେ ଟ୍ରକ୍‌ରେ ଲୋଡ୍‌ ହେଉଛି। ଆଉ ରାତିରେ ହିଁ ତାହାକୁ ଅଭୟାରଣ୍ୟ ବାହାରକୁ ଅଣାଯାଉଛି। ରାତି ପାହିଲା ବେଳକୁ ସବୁ କିଛି ଠିକ୍‌ ଠାକ୍‌ ଲାଗୁଛି। ଚନ୍ଦକା ରେଞ୍ଜରେ ଥିବା କୁମାରଖୁଣ୍ଟି ବିଟ୍‌ ନିକଟ ଯୋଗିବିଲଠାରେ ଏଭଳି ମୋରମ ଚୋରି ହେଉଥିବା ନଜରକୁ ଆସିଛି। ଏଭଳି ଲୁଟ୍‌ ହେଉଥିବା ଘଟଣାରେ ଏବେ ଜଙ୍ଗଲ ଓ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ, ଜଙ୍ଗଲ ବିଭାଗ ତରଫରୁ ହିଁ ମୋରମ ଖୋଳା ଯାଇଥିଲା। ବାହାରର ଲୋକ କେହି ଚୋରି କରୁନଥିଲେ। ଜୀବଜନ୍ତୁଙ୍କ ଜଳାଶୟ ପାଇଁ ଖୋଳା ଯାଇଥିବା ଜଣାପଡ଼ିଛି। ତଥାପି ମୁଁ ଏନେଇ ଆହୁରି ଅଧିକ ସମୀକ୍ଷା କରିବି। ରାତିରେ ଜଙ୍ଗଲରେ ଖୋଳା ଯିବାର ନିୟମ ନାହିଁ। ନିୟମ ଖିଲାପି କରିଥିବାରୁ ଫରେଷ୍ଟର ନିଲମ୍ବିତ ହେଇଛନ୍ତି। ରେଞ୍ଜର ମଧ୍ୟ ନିଲମ୍ବିତ ହେବେ। ଏବେ ଜଙ୍ଗଲ ଭିତରେ ରାତିରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖାଯିବ।

Leave a Reply

Your email address will not be published. Required fields are marked *