ଓଡ଼ିଶା ମନୋରଞ୍ଜନ

ଯାତ୍ରା ପେଣ୍ଡାଲରେ ନାଚିଲେ ନିଶା ମହାରଣା; ଚେୟାର ଫିଙ୍ଗିଲେ ଦର୍ଶକ

ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା। ଅଭିନେତ୍ରୀଙ୍କ ନୃତ୍ୟ ବେଳେ ହେଲା ଚେୟାର ଫୋପଡା, ଫିଙ୍ଗା। ନିଶା ମହାରଣାଙ୍କ ନୃତ୍ୟ ପରେ ଦର୍ଶକ ଚେୟାର ଫିଙ୍ଗିଥିବା ଖବର ଏବେ ହଇଚଇ ସୃଷ୍ଟି କରିଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ନିଶାଙ୍କ ନୃତ୍ୟକୁ ନେଇ ପ୍ରବଳ ବିରୋଧ ଦେଖା ଯାଇଥିଲା।

ଜଟଣୀ ଥାନା ଛକ ନିକଟରେ ପାର୍ବତୀ ଗଣନାଟ୍ୟର ଯାତ୍ରା ଚାଲିଥିବା ବେଳେ ମଞ୍ଚ ଉପରକୁ ଦର୍ଶକ ଚେୟାର ଫିଙ୍ଗିଛନ୍ତି। ଏହାପରେ କିଛି ସମୟ ପାଇଁ କାର୍ଯ୍ୟକ୍ରମ ବନ୍ଦ ମଧ୍ୟ କରାଯାଇଥିଲା। ଜଟଣୀ ଗଣେଶ ପୂଜା ଅବସରରେ ପାର୍ବତୀ ଗଣନାଟ୍ୟ ପେଣ୍ଡାଲରେ ଆଇଟମ ଗୀତରେ ନିଶା ନୃତ୍ୟ ପରିବେଷଣ କରିବା ବେଳେ ପ୍ରବଳ ବିରୋଧ ସହ ଉତ୍ତେଜନା ପରିସ୍ଥିତି ଦେଖାଦେଇ ଥିଲା । ଅଶ୍ଳୀଳ ନୃତ୍ୟ ଅଭିଯୋଗ କରିବା ପରେ ଲୋକେ ତାତି ଥିଲେ। ଯାତ୍ରା ପେଣ୍ଡାଲ ଉପରେ ନିଶା ମହାରଣାଙ୍କୁ ଚେୟାର ମାଡ଼ ମଧ୍ୟ କରିଥିଲେ।


ସୂଚନାନୁଯାୟୀ, ବିଳମ୍ବିତ ରାତିରେ ନିଶା ମହାରଣା ନୃତ୍ୟ ପରିବେଷଣ କରୁଥିବା ବେଳେ ଅଶ୍ଳୀଳ ନୃତ୍ୟ ହେଉଥିବା ଅଭିଯୋଗ କରି କିଛି ଲୋକେ ତାତି ଉଠିଥିଲେ। ଫଳରେ ମଞ୍ଚ ଉପରକୁ ଆରମ୍ଭ ହୋଇଯାଇଥିଲା ଚେୟାର ଫୋଫଡା ଫିଙ୍ଗା। କିଛି ସମୟ ଏପରି ଉତ୍ତେଜନା ଯୋଗୁ ଯାତ୍ରା ମଧ୍ୟ ବନ୍ଦ ହୋଇଥିଲା। ପରେ କମିଟି ମେମ୍ବର ଓ ପୁଲିସ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Leave a Reply

Your email address will not be published. Required fields are marked *