କ୍ରିଡା

ଭାରତୀୟ ହକି ଦଳରେ ଓଡ଼ିଶାରୁ ୩

ଭୁବନେଶ୍ବର: ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ‌ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାରୁ ୩ ଜଣ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି। ଏସିଆ କପ୍‌ ବିଜେତା ସିଧାସଳଖ ବିଶ୍ବକପ୍‌ ଯୋଗ୍ୟତା ନିଶ୍ଚିତ ଥିବାରୁ ଏହି ପ୍ରତିଯୋଗିତା ଗୁରୁତ୍ବ ରଖୁଛି। ବିହାରର ରାଜଗିରିଠାରେ ଚଳିତମାସ ୨୯ ତାରିଖରୁ ହେବାକୁ ଥିବା ଏସିଆା କପ୍‌ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ପୂର୍ବରୁ ଏହି ଗସ୍ତରେ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତ‌ ଅଗଷ୍ଟ ୧୫ରୁ ୨୧ ତାରିଖ ମଧ୍ୟରେ ପର୍ଥରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ ଖେଳିବ। 

ଭାରତୀୟ ହକି ଦଳ: ଗୋଲି-କୃଷ୍ଣ ବି ପାଠକ, ସୂରଜ‌ ‌ରକେରା, ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ (ଅଧିନାୟକ), ସଞ୍ଜୟ, ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଯୁଗରାଜ ସିଂହ, ପୂଭାନ୍ନା ସିବି, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ରାଜକୁମାର ପାଲ, ହାର୍ଦିକ ସିଂହ, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ, ଫରୱାର୍ଡ-ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ସେଲ୍‌ଭାମ କାର୍ତ୍ତି, ଆଦିତ୍ୟ ଲାଲାଗେ।

Leave a Reply

Your email address will not be published. Required fields are marked *