ଜାତୀୟ ରାଜନୀତି

ପଶ୍ଚିମବଙ୍ଗକୁ ଯାଉଥିବା ସରକାରୀ ଟଙ୍କା ଟିଏମସି କର୍ମୀଙ୍କ ପାଇଁ ଖର୍ଚ୍ଚ ହେଉଛି : ମୋଦୀ

କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କୋଲକାତା ଗସ୍ତ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ଭାଷଣ ଦେବା ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ କେନ୍ଦ୍ରର ବିଜେପି ସରକାର ପଶ୍ଚିମବଙ୍ଗର ବିକାଶ ପାଇଁ ନିରନ୍ତର ସମସ୍ତ ପ୍ରକାରର ସାହାଯ୍ୟ ଦେଇଛି। ପଶ୍ଚିମବଙ୍ଗରେ ରାଜପଥ ନିର୍ମାଣ ପାଇଁ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ସରକାର ତାଙ୍କ ୧୦ ବର୍ଷରେ ଦେଇଥିବା ଟଙ୍କା ତୁଳନାରେ ଏନଡିଏ ସରକାର ୩ ଗୁଣ ଅଧିକ ଟଙ୍କା ଦେଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ପଶ୍ଚିମବଙ୍ଗ ପାଇଁ ରେଳ ବଜେଟ ମଧ୍ୟ ପୂର୍ବ ତୁଳନାରେ ତିନି ଗୁଣ ବୃଦ୍ଧି ପାଇଛି। କିନ୍ତୁ, ବଙ୍ଗଳାରେ ବିକାଶ କାର୍ଯ୍ୟ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି। ଚ୍ୟାଲେଞ୍ଜ ହେଉଛି ଆମେ ବଙ୍ଗଳା ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ପଠାଉଥିବା ଅଧିକାଂଶ ଟଙ୍କା ଏଠାରେ ଲୁଟ୍ ହୁଏ। ସେହି ଟଙ୍କା ଟିଏମସି କ୍ୟାଡରଙ୍କ ପାଇଁ ଖର୍ଚ୍ଚ ହୁଏ। ତେଣୁ, ଗରିବ କଲ୍ୟାଣର ଅନେକ ଯୋଜନାରେ ବଙ୍ଗଳା ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ପଡ଼ିଛି।”

Leave a Reply

Your email address will not be published. Required fields are marked *